ଜଳେଶ୍ଵର (ଏସ ନ୍ୟୁଜ ) : ବାଲେଶ୍ଵର ଉପ ନିର୍ବାଚନ ବେଳେ ୧୪୪ ଧାରା ଜାରି । ଭୋଟର ଲିଷ୍ଟରେ ନାମ ନଥିବାକୁ ନେଇ ଉତ୍ତେଜନା । ଜଳେଶ୍ଵର ଆଙ୍କ ପଂଚାୟତର ଆଙ୍କ ପ୍ରାଥମିକ ବିଦ୍ୟାଳୟରେ ଥିବା ଆଦର୍ଶ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଆସିଥିବା ମହିଳାଙ୍କ ଭୋଟର ଲିଷ୍ଟରେ ନାମ ନଥିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ମତଦାନ କେନ୍ଦ୍ରରେ ଥିବା ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଛନ୍ତି। ଅଧିକ ଅଘଟଣ ନ ଘଟିବା ପାଇଁ ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ରର ୩ଶହ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି ।