ଦିନକରେ ୧୩୦୦ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି କରୋନା ସଂକ୍ରମଣ …

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ହଜାର ଟପିଛି ।  ଦିନକରେ ପୁଣି ଦେଶରେ ୧୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ  ସାରା ଦେଶରେ ଡାକ୍ତରଖାନା ଗୁଡିକରେ ପୁଣିଥରେ କୋଭିଡ ପରିଚାଳନା ମକଡ୍ରିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଜଟିଳ ମାମଲାର ଜେନୋମ ସିକ୍ଵେନ୍ସିଂ  କରିବାକୁ ସ୍ଥିର କରାଯାଇଛି। ତେବେ ଦିନକରେ ୭୧୮ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋବିଡ ଆରୋଗ୍ୟ ହାର  ୯୮.୭୯ ପ୍ରତିଶତ ରହିଛି । ଦେଶରେ ୭ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।