ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି;ଘନେଇ ଆସୁଛି ସଂକଟ
ଘୋର ଜଳ ସଂକଟ
ଦକ୍ଷିଣ ଏସିଆର ୧୭୦ରୁ ୨୪୦ କୋଟି ଲୋକ ପିଇବା ପାଣିର ଘୋର ଅଭାବର..
ନୂଆଦିଲ୍ଲୀ: ଘନେଇ ଆସୁଛି ଜଳ ସଂକଟ, ମିଳିବନି ପାଣି । ୨୦୫୦ ବେଳକୁ ଦେଶର ମୁଖ୍ୟ ନଦୀ ନାଳ ଶୁଖିଯିବ । ଯାହାଦ୍ବାରା ଦକ୍ଷିଣ ଏସିଆର ୧୭୦ରୁ ୨୪୦ କୋଟି ଲୋକ ପିଇବା ପାଣିର ଘୋର ଅଭାବର ସାମ୍ନା କରିବେ । ଏହାର ମୁଖ୍ୟ କାରଣ ହେଲା ହିମାଳୟର ଗ୍ଲାସିଅର ଦ୍ରୁତ ଗତିରେ ତରଳୁଛି । ଆଗାମୀ ୨୭ ବର୍ଷ ଭିତରେ ଭାରତ, ଚୀନ, ପାକିସ୍ତାନର ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀର ଜଳସ୍ତର ବହୁତ ତଳକୁ ଖସିଯିବ । ଏନେଇ ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ଏକ ଭୟ ଉଦ୍ରେକକାରୀ ରିପୋର୍ଟ । ଯାହା ଫଳରେ ଲୋକେ ଘୋର ଜଳ ସଂକଟର ସାମ୍ନା କରିବେ ।
ଆଣ୍ଟାର୍କଟିକାରୁ ପ୍ରତି ବର୍ଷ ୧୫ ଶହ କୋଟି ଟନ୍ ବରଫ ତରଳିବାରେ ଲାଗିଛି । ଗ୍ରୀନଲାଣ୍ଡର ୨୭ ଶହ କୋଟି ଟନ୍ ବରଫ ପ୍ରତିବର୍ଷ ନଷ୍ଟ ହେବାରେ ଲାଗିଛି । ଅତି ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ପୃଥିବୀ ପାଇଁ ଗ୍ଲାସିଅର । ଏବେ ଗ୍ଲାସିଅର ମାତ୍ର ୧୦ ପ୍ରତିଶତ ଏହି ଅଞ୍ଚଳରେ ରହିଛି । କିନ୍ତୁ ବିଶ୍ବ ତାପାୟନ ପାଇଁ ଏହା ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି ।
ଏହାଛଡା ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି । ହିମାଳୟରୁ ୧୦ଟି ପ୍ରମୁଖ ନଦୀ ବୋହିଯାଉଛନ୍ତି । ଏହାର ପାଣିରେ ୧୩୦ କୋଟି ଲୋକ ଉପକୃତ ହେଉଛନ୍ତି । ବିଶେଷକରି ପାନୀୟ ଜଳ ଭାବେ ଏହି ନଦୀ ଗୁଡିକର ଜଳକୁ ବ୍ୟବହାର କରୁଛନ୍ତି । ତେବେ ହିମାଳୟ ଗ୍ଲାସିଅର ତରଳିବା ଦ୍ବାରା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ନଦୀ ବିଶେଷ ଭାବେ ପ୍ରଭାବିତ ହେବେ । ଚୀନ ପାକିସ୍ତାନରେ ଗ୍ଲାସିଅର ତରଳିବା ଦ୍ବାରା ଭୟଙ୍କର ବନ୍ୟା ଆସିପାରେ ବୋଲି କହିଛି ଜାତିସଂଘର ଏହି ରିପୋର୍ଟ। ବେଳହୁଁ ସାବଧାନ ହେବଜାରୁରୀ।