ଆଇପିଏଲ ୨୦୨୩ ରେ ଫୁଣି ମୈଦାନରେ ଷ୍ଟିଭେନ ସ୍ମିଥ୍
ତେବେ ଚଳିତ ବର୍ଷ ସେ କେଉଁ ଫ୍ରାଞ୍ଚାଇଜ ପାଇଁ ଖେଳିବେ ତାହା ସ୍ପଷ୍ଟ ହୋଇନି….
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଭେଟେରାନ ବ୍ୟାଟର ଷ୍ଟିଭେନ ସ୍ମିଥ୍ ଦୁଇ ବର୍ଷ ପରେ ପୁଣି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ଫେରିବେ ବୋଲି ସେ ନିଜେ ଏହି ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ସେ କେଉଁ ଫ୍ରାଞ୍ଚାଇଜ ପାଇଁ ଖେଳିବେ ତାହା ସ୍ପଷ୍ଟ ହୋଇନି ।
ସୂଚନା ଯୋଗ୍ୟ ଯେ ଚୂିତ ବର୍ଷର ଆଇପିଏଲ ପାଇଁ ଗତ ଡିସେମ୍ବର ମାସରେ କେରଳର କୋଚି ଠାରେ ଅନୁଷ୍ଠିତ ମିନି ଖେଳାଳି ନିଲାମ ପ୍ରକ୍ରିୟା ସହିତ ସେ ସାମିଲ ହୋଇ ନ ଥିଲେ । ମାତ୍ର ଆଇପିଏଲକୁ ଫେରିବେ ବୋଲି ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି ।