ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ (ଏସ ନ୍ୟୁଜ ) : ଦୀର୍ଘ ଦିନ ଧରି ଅପେକ୍ଷାରତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ଯାଇ ଭକ୍ତ ଏବଂ ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କାର୍ତ୍ତିକ ମାସ ସହ ହବିଷ୍ୟାଳିଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼କୁ ପ୍ରାୟ ୨୦ ଫୁଟକୁ ଘୁଞ୍ଚାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ବ୍ୟାରିକେଡ ଦେଇ ଏବଂ ବାଲିସାହି ପଟୁ କାକୁଡିଖାଇ ରାସ୍ତାରେ ପ୍ରବେଶ କରିପାରିବେ ଭକ୍ତ ଏବଂ ଶ୍ରଦ୍ଧାଳୁ। ମନ୍ଦିର ଭିତରକୁ ପ୍ରବେଶ କରି ନ ପାରିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରୁ ପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଅନୁମତି ମିଳିଛି ।