ବଡ଼ବିଲରେ ଆନନ୍ଦ ଉଦ୍ଦୀପନ୍ନା ମଧ୍ୟରେ ଉତ୍କଳ ଦିବସ ପାଳିତ ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଅମର ବ୍ୟକ୍ତିତ୍ୱ….

ବଡ଼ବିଲ: ବଡ଼ବିଲ ଐକ୍ୟକ୍ଷେତ୍ର ଠାରେ ସାଂସ୍କୃତିକ ଅନୁଷ୍ଠାନ କଳା କଳ୍ପନା ତରଫରୁ ଆନନ୍ଦ ଓ ଉଦ୍ଦୀପନ୍ନା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶ୍ରୀମଣ୍ଡପ ଠାରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ନାଗରିକ ରାଜକିଶୋର ଦାଶ, ବଡ଼ବିଲ ମହାବିଦ୍ୟାଳୟର ଅଧ୍ୟାପକ ପ୍ରତାପ କୁମାର ଜେନା, ଡ. ଅସୀତ ପ୍ରଧାନ ଅତିଥି ଭାବରେ ଯୋଗଦେଇଥିଲା ବେଳେ, ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମିମାନେ ଉପସ୍ଥିତ ରହିଥିଲେ । ଓଡ଼ିଶାର କର୍ଣ୍ଣଧାର ତଥା ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

ଏହା ପରେ ଉତ୍କଳ ବନ୍ଦନା, ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମୂହ ଗାନ କରାଯାଇଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଅମର ବ୍ୟକ୍ତିତ୍ୱ ମାନଙ୍କର ଭୂମିକା ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା, ସାଂସ୍କୃତିକୁ ବଜାୟ ରଖିବା ସହିତ ଆମ ରାଜ୍ୟର ଟେକ ରଖିବା ପାଇଁ ଆହ୍ଵାନ ଦିଆଯାଇଥିଲା । ସମାଜସେବୀ ବିଜୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ