ନୂଆଦିଲ୍ଲୀ: ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିମୟ ମୁତାବକ ଏବେ ଜାତୀୟ ରାଜପଥରେ ଗାଡି ଚଳାଇବା ମହଙ୍ଗା ହୋଇଛି । ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଏବେ ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ୫ପ୍ରତିଶତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ।
ପୂର୍ବରୁ ଜାତୀୟ ରାଜପଥରେ ଥିବା ଟୋଲ ଗୁଡିକ କିଲୋମିଟର ପ୍ରତି ୧ଟଙ୍କା ୩୬ ପଇସା ଆଦାୟ କରୁଥିବା ବେଳେ ନୂଆ ନିୟମ ମୁତାବକ ଆଜିଠାରୁ କିଲୋମିଟର ପ୍ରତି ୧ଟଙ୍କା ୪୩ ପଇସା ଟୋଲ ଟ୍ୟାକ୍ସ ଆଦାୟ କରାଯିବ ।
ସେହିପରି ଭାରି ଯାନ ଗୁଡିକ ଟୋଲ ଟ୍ୟାକ୍ସ ବାବଦରେ ପୂର୍ବ ଅପେକ୍ଷା ଅଧିକ ୪୦ ଟଙ୍କା ପଇଠ କରିବେ । ୨୦୨୧-୨୨ ଆର୍ଥିକ ବର୍ଷରେ ଟୋଲ ଟ୍ୟାକ୍ସ ମୂଲ୍ୟ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏନଏଚଆଇ ତରଫରୁ ସାରା ଦେଶରେ ଟୋଲ ଟ୍ୟାକ୍ସ ମୂଲ୍ୟ ବୃଦ୍ଧି କରାଯାଇଛି ।