ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନରେ ରାଷ୍ଟ୍ରପତିଙ୍କ ଉଡାଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଏହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରିତ କରିବ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆସାମର ତେଜପୁର ବାୟୁସେନା ଷ୍ଟେସନରୁ ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଡାଣକୁ ପ୍ରଶଂସା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରିତ କରିବ! ରାଷ୍ଟ୍ରପତି ଜୀ ଲଗାତର ନିଜ ଅସାଧାରଣ ନେତୃତ୍ୱର ପରିଚୟ ଦେଇ ଚାଲିଛନ୍ତି ।”