ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡଙ୍କ ଭାଇଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିଲାଓସ୍ ଡେମୋଟ୍ରିଏଡସଙ୍କୁ ଗିରଫ କରିଛି ଏନସିବି। ତେବେ ଧର୍ମା ପ୍ରଡକ୍ସନର ପୂର୍ବତନ ନିର୍ଦ୍ଦେଶକ କ୍ଷୀତିଜ୍ ପ୍ରସାଦଙ୍କ ସହ ୨୪/୨୦ ମାମଲାରେ ଅଗିସିଲାଓସଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଉଭୟ କ୍ଷୀତିଜ ଏବଂ ଅଗିସିଲାଓସଙ୍କ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ଏନସିବିକୁ ଜଣାପଡ଼ିଛି। ଗଡଓ୍ୱିନଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଜେରା ବେଳେ ସେ ଡେମେଚ୍ରିଏଡସ୍ ଏବଂ କ୍ଷୀତିଜଙ୍କ ସହ ତାଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା।

ଅନ୍ୟପଟେ ଅବଦୁଲ ଓ୍ୱାହିଦଙ୍କ ନାମରେ ଏକ ଡ୍ରଗ୍ ପେଡଲରକୁ ମଧ୍ୟ ଏନସିବି ଗିରଫ କରିଛି। ଅବଦୁଲ ଓ୍ୱାହିଦ ହେଉଛି ମୁମ୍ବାଇ ଉପନହରର ସବୁଠାରୁ ବଡ଼ ଡ୍ରଗ ପେଡଲର। ସେ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାଏ। ଅବଦୁଲଙ୍କ ଟୋୟଟା ଇନୋଭାକୁ ଏନସିବି ଜବତ କରିଛି, ଯେଉଁଠି ବଡ଼ ସଂଖ୍ୟକ ଡ୍ରଗ୍ସ ମିଳିଥିବା ଜଣାପଡ଼ିଛି।