ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିକାଶ ସୂଚକାଙ୍କ ପ୍ରଦର୍ଶନ କ୍ଷେତ୍ରରେ ରାଜ୍ୟ ସୂଚୀରେ ଶୀର୍ଷ ସ୍ଥାନ ହାସଲ କରିଥିବା ତିହରିବାସୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ପ୍ରଶଂସା କରିଛନ୍ତି ।
ସାଂସଦ ଶ୍ରୀମତୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;
“ଏହି ଗୌରବପୂର୍ଣ୍ଣ ଉପଲବ୍ଧି ପାଇଁ ତିହରିର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଏହା ବିକାଶ ପ୍ରତି ଆପଣଙ୍କ ନିଷ୍ଠା ଓ ପରିଶ୍ରମର ସୁଫଳ ।”