କେନ୍ଦ୍ରାପଡା: ରାଜନଗର ଡଙ୍ଗାବୁଡି ଘଟଣା ପରେ ମିଳିଲା ସେତୁ ପ୍ରତିଶ୍ରୁତି । ଖୁବଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବ ବିଜୁ ସେତୁ । କେନ୍ଦ୍ରାପଡା ଗସ୍ତ ବେଳେ ସେତୁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ । ଦୁଇ ଦିନ ହେଲା କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଅଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଆଜି ଆଳି ଓ ରାଜନଗର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ।