ଲଣ୍ଡନ: ଓ୍ୱେଷ୍ଟମିନିଷ୍ଟର ଆବେରେ କିଙ୍ଗ୍ ଚାର୍ଲସ୍ ଆବେଙ୍କର ରାଜ୍ୟାଭିଷେକ ହୋଇଛି । ମହାରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କର ମୃତ୍ୟୁ ପରେ ଚାର୍ଲସ୍ଙ୍କ ରାଜ୍ୟାଭିଷେକ ହୋଇଛି । ଦୀର୍ଘ ୭୦ ବର୍ଷ ପରେ ଇଂଲଣ୍ଡରେ ପୁଣି ରାଜ୍ୟାଭିଷେକ କରାଯାଇଛି ।
ଇଂଲଣ୍ଡର ରାଜା ଭାବେ କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ ।
ଏହି ଅବସରରେ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ତୋପ ଗର୍ଜିଥିଲା । ଚାର୍ଲସ୍ଙ୍କ ଏହି ରାଜ୍ୟାଭିଷେକ ବେଳେ ବିଭିନ୍ନ ଦେଶର ମୁଖ୍ୟ ସହ ରାଜପରିବାରର ବଂଶଜ ଉପସ୍ଥିତ ଥିଲେ । ୨,୩୦୦ ସ୍ୱତନ୍ତ୍ର ଅତିଥିଙ୍କୁ ଏହି ରାଜ୍ୟାଭିଷେକ ସମାରୋହକୁ ନିମନ୍ତ୍ରିତ କରାଯାଇଥିଲା । ୭ହଜାର ପଦାତିକ ସୈନ୍ୟ ଏବଂ ୧୭ଟି ସୈନ୍ୟ ବାଦ୍ୟ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ସୁନାର ରଥରେ ରାଜା ଏବଂ ରାଣୀ ବଙ୍ଗିମ୍ହୋମ୍ ପ୍ୟାଲେସ୍କୁ ଆସିଥିଲେ । ଏହାପରେ ବଙ୍ଗିମ୍ହମ୍ ରାଜପ୍ରାସାଦରେ ସେମାନଙ୍କୁ ରାଜକୀୟ ସମ୍ମାନ ବା ରୟାଲ ସ୍ୟାଲୁଟ୍ ପ୍ରଦାନ କରାଯାଇଛି ।