ବନ୍ଦହେବ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ

ଓ୍ବାଶିଂଟନ : ଟ୍ରମ୍ପଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ବଢିବାରେ ଲାଗିଛି । ଟ୍ଵିଟରରେ ମିଛ ଖବର ପୋଷ୍ଟ କରୁଥିବାରୁ ଟ୍ରମ୍ପ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଟ୍ଵିଟରର ଚେତାବନୀ ଦେଇଛି । ଟ୍ବିଟର ପଲିସି ଅନୁଯାୟୀ ଅଢେଇ ଲକ୍ଷ୍ୟରୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ବିଶେଷଙ୍କୁ କମ୍ପାନୀ ପକ୍ଷରୁ ବ୍ୟାପକ ସୁବିଧା ସୁଯୋଗ ସହିତ ସାଇବର ସୁରକ୍ଷା ଯୋଗାଇ ଦିଆଯାଇଥାଏ । ଗଲା ଏକ ସପ୍ତାହ ମଧ୍ୟରେ ଟ୍ରମ୍ପଙ୍କର ପ୍ରାୟ ୧୨ଟି ଟ୍ବିଟ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ସନ୍ଦେହ ଘେରରେ ରହିଛି କିନ୍ତୁ ଟ୍ବିଟର ଏହାକୁ ହଟାଇ ନାହିଁ ।

ଟ୍ବିଟର କହିବା ଅନୁଯାୟୀ, ଏହି ନିୟମ ପୂର୍ବତନ ନିର୍ବାଚିତ ପ୍ରତିନିଧତଙ୍କ କ୍ଷେତ୍ରରେ ଲାଗୁ ହୁଏ ନାହିଁ କିନ୍ତୁ ଟ୍ରମ୍ପ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବାରୁ ଏହି ପଦକ୍ଷେପ ନେଇଛି କମ୍ପାନୀ । ତେଣୁ ଟ୍ପିଟର ପକ୍ଷରୁ ଟ୍ରମ୍ପଙ୍କୁ ସର୍ତ୍ତମୂଳକ ଭାବେ ଆଉ ଏକ ସୁଯୋଗ ଦିଆଯିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦିଆଯାଇଛି । ଟ୍ରମ୍ପଙ୍କ ପାଇଁ ଏହି ସର୍ତ୍ତ ରହିବ ଯେ ଆଗକୁ ସେ ଏଭଳି ଟିପ୍ପଣୀ ଦେବାରୁ ବିରତ ହେବେ ନଚେତ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ଏହାରି ଭିତରେ ଅନେକ ସାଂସଦ ଏବଂ ମାନବାଧିକାର ସମୂହ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ବୁଧବାର ଭର୍ଜିନିଆର ଜଣେ ଡେମୋକ୍ରେଟିକ ନେତା ଟ୍ରମ୍ପଙ୍କ ଟ୍ବିଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ନିଜର ଆକାଉଣ୍ଟ ବନ୍ଦ କରିବା ପାଇଁ ନିଜେ ଟ୍ବିଟ କରି ଟ୍ବିଟରକୁ ଅନୁରୋଧ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ ଟ୍ରମ୍ପ ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହା ଆମେରିକା , ଋୁଷ ନୁହେଁ ତେଣୁ ଟ୍ରମ୍ପ ଏଭଳି ଅମୂଳକ ମତ ଦେବା ବନ୍ଦ କରନ୍ତୁ । ସେହିଭଳି ଡେମୋକ୍ରାଟ ନେତା ଡେଭିଡ ସିସିଲିନେ କହିଛନ୍ତି ଟ୍ରମ୍ପ ଟ୍ବିଟରରେ ଏକ ମିଛ ଏବଂ ଭୁଲ ସୂଚନା ଦେଇଥିବା ଭିଡିଓ ଜାରି କରିଥିଲା ତେଣୁ ତାଙ୍କ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରାଯାଉ ।

ଗୁରୁବାର ଆମେରିକା ନାଗରିକ ସୁରକ୍ଷା ପରିଷଦ ମିଛ ଏବଂ ଭୁଲ ଖବର ପ୍ରସାରଣକୁ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ତୁରନ୍ତ ବ୍ୟାନ୍ କରିବାକୁ ଟ୍ବିଟରର ସିଇଓଙ୍କୁ ଚିଠି ଲେଖିଛନ୍ତି । ତେବେ ଏ ସମ୍ବନ୍ଧୀୟ ଚିଠି ମିଳିଛି ଏବଂ ଖୁବ ଶୀଘ୍ର ବିଚାର କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟ୍ବିଟରର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।