ଦେଶରେ ପୁଣି ୫୦,୦୦୦ତଳକୁ ଖସିଲା କରୋନା ସଂକ୍ରମଣ

ନୂଆଦିଲ୍ଳୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୯୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୫୩ହଜାର ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହାସହ ମୃତ୍ୟୁ ସଂଖ୍ୟା ୫୦୦ତଳକୁ ଖସିଥିବା ବେଳେ ଦେଶରେ ୪୯୦ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ବର୍ତ୍ତମାନ ସୁଦ୍ଧା କରୋନାରୁ ସମୁଦାୟ ୭୯ଲକ୍ଷ ୧୭ହଜାର ୩୭୩ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୪୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୫୦୯୬୭୩ଜଣ ସକ୍ରିୟ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ହଜାର ୬୧୧ରେ ପହଞ୍ଚିଛି। ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ୯୨.୪୯ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୧.୪୮ପ୍ରତିଶତ ରହିଛି।

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ରିପୋର୍ଟ ମୁତାବିକ , ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୯୪ ହଜାର ୪୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୭୭,୩୬, ୭୯୧ନମୁନା ପରୀକ୍ଷା ହୋଇ ସାରିଲାଣି।