ଭୁବନେଶ୍ୱର(ଏସ ନ୍ୟୁଜ ): ଓଡିଆ ହକି ମହିଳା ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ଏ ନେଇ ରବିବାର ଇମ୍ପାକ୍ଟ ପକ୍ଷରୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ୨୮ ତମ ଖେଳାଳି ଭାବରେ ନମିତା ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ରାଜ୍ୟ ତଥା ଦେଶପକ୍ଷରୁ ଅନେକ ମ୍ୟାଚ ଖେଳିଥିବା ଅଭିଜ୍ଞ ମିଡଫିଲ୍ଡର ନମିତା ୨୦୧୬ ରିଓ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ । ଇମ୍ପାକ୍ଟ ପକ୍ଷରୁ ଗଠିତ ଜୁରୀ ନମିତାଙ୍କ ନାମ ଘୋଷଣା କରିଥିଲେ । ନମିତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏକ ଟ୍ରଫି ପ୍ରଦାନ କରାଯିବ । ନମିତାଙ୍କ ବ୍ୟତିତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରୋତ୍ତଳିକା ସ୍ନେହା ସୋରେନ ଏବଂ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଉଭୟଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶିରେ ପୁରସ୍କୃତ କରାଯିବ । ପରବର୍ତ୍ତୀ ସମୟରେ ପୁରସ୍କାର ପ୍ରଦାନ ତାରିଖ ଘୋଷଣା କରାଯିବା ସହିତ କୋଭିଡ ଗାିଡଲାଇନ ଅନୁଯାୟୀ ପୁରସ୍କୃତ କରାଯିବ ।