ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭଉଦଘାଟନ କରିବେ । ଆଜି ପ୍ରଥମ ଦିନରେ ଦୁବାଇ ଯିବା ପାଇଁ ସମସ୍ତ ପ୍ରକାର ବୁକିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୧୭୦ ଜଣ ଓଡିଆ ଯାତ୍ରୀ ଯାତ୍ରା କରିବେ । ଏଥିରେ କୀଡାବିଦ୍, ମିଶନଶକ୍ତି, ଛାତ୍ରୀ , କଳାକାର କ୍ଷେତ୍ରର କିଛି ଲୋକ ରହିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁବାଇରେ କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁବାଇରେ ଓଡିଆ ଦିବସ ପାଳନ କରାଯିବ । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡାଣ ଭରିବ ।
ଆହୁରି ପଢ଼ନ୍ତୁ...