ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ସୁପରଷ୍ଟାର ଚିରଞ୍ଜୀବୀ କରୋନା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଆଜି ସକାଳେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ଫିଲ୍ମ ଆଚାର୍ଯ୍ୟର ସୁଟିଂ ପୁଣି ଥରେ ଆରମ୍ଭ କରିବା ପୂର୍ବରୁ କରୋନା ପ୍ରୋଟକଲ ଅନୁଯାୟୀ ମୁଁ ମୋର କୋଭିଡ ପରୀକ୍ଷା କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୋର ରିପୋର୍ଟ ପଜିଟିଭ୍ ଆସିଛି। ମୋ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘରେ ନିଜକୁ ସଙ୍ଗରୋଧ କରିଛି। ଯେଉଁମାନେ ଗତ ୫ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଦୟାକରି ନିଜର କୋଭିଡ ପରୀକ୍ଷା କରାଇନିଅନ୍ତୁ।