ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଜେମସ ମାରାପେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଡ଼ ଛୁଇଁ ସ୍ୱାଗତ କଲେ ପପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମସ ମାରାପେ। ଏଥିସହ ଏହି ଛୋଟିଆ ଦ୍ୱୀପର ରାଷ୍ଟ୍ରମୁଖ୍ୟ ସ୍ଥାନୀୟ ପରମ୍ପରାକୁ ମଧ୍ୟ ମୋଦିଙ୍କ ନିମନ୍ତେ ଭାଙ୍ଗିଛନ୍ତି। ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ସେଠାରୁ ଯାଇ ଆଜି ପପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶ ମୋଦିଙ୍କୁ ଏକ ଦୁର୍ଲଭ ସମ୍ମାନ ମିଳିଛି, ଯାହା କେବଳ କେତେଜଣ ନେତାଙ୍କୁ ମିଳିଥାଏ।

ସାଧାରଣତଃ ପପୁଆ ନ୍ୟୁ ଗିନିରେ ସୂର୍ଯ୍ୟାସ୍ତ ପରେ ରାଷ୍ଟ୍ର ମୁଖ୍ୟମାନଙ୍କୁ ପାରମ୍ପାରିକ ସ୍ୱାଗତ କରାଯାଇନଥାଏ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏହି ପରମ୍ପରା ଭାଙ୍ଗିଛନ୍ତି ସେଠାକର ପ୍ରଧାନମନ୍ତ୍ରୀ ଜେମସ ମାରାପେ। ପପୁଆ ନ୍ୟୁ ଗିନିରେ ପହଞ୍ଚିବା ପରେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରିୟ ସମ୍ମାନ ସହ ପାରମ୍ପାରିକ ସ୍ୱାଗତ କରିଥିଲେ।