କଟକ(ଏସ ନ୍ୟୁଜ ): କଟକଣା ସହ କଟକରେ ପାଳିତ ହେବ କାଳୀ ପୂଜା । କଟକରେ କାଳୀ ପୂଜାକୁ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

କାଳୀପୂଜାର ପ୍ରସ୍ତୁତିକୁ ନେଇ ଡିସିପି କହିଛନ୍ତି ଯେ, ‘ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ । ୧୧ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।’
କଟକଣା ମୁତାବିକ, କାଳୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟାଇବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ। ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ। ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୁଲିସ୍ ମୁତୟନ ରହିବେ।