ଅର୍ଣ୍ଣବଙ୍କ ମାମଲା ବନ୍ଦ କରିଥିବା ପୋଲିସ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ୱାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏକ ଆତ୍ମହତ୍ୟା ମାମଲାରେ ଜେଲରେ ଅଛନ୍ତି । ୨୦୧୮ ମସିହାର ଇଣ୍ଟେରିଅର ଡିଜାଇନର ଅନଭୟ ନାୟକଙ୍କ ମୃତ୍ୟୁ ମାମଲା ତାଙ୍କୁ ଜେଲରେ ରଖାଯାଇଛି । ତେବେ ତାଙ୍କୁ ବର୍ତ୍ତମାନ ଆଲିବାଗ ଜେଲରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରିଛି ମୁମ୍ବାଇ ପୋଲିସ । ଅନ୍ୟପଟେ ଏହି ଆତ୍ମହତ୍ୟା ମାମଲାକୁ ବନ୍ଦ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଅନଭୟ ନାୟକ ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍ ଛାଡ଼ି ଯାଇଥିଲେ। ଏଥିରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇ ଜଣ ତାଙ୍କ ବକେୟା ଟଙ୍କା ନଦେବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହି ତିନି ଜଣ ତାଙ୍କର ମୋଟ୍ ୫ କୋଟି ୪ ଲକ୍ଷ ଟଙ୍କା ବକେୟା ରଖିଥିଲେ।

ଏହି ମାମଲା ବନ୍ଦ ହୋଇଯାଇଥିବା ବେଳେ ପୁଣିଥରେ ଏହି ମାମଲାକୁ ପୋଲିସ ଖୋଲିଛି। ପୁଲିସ ଏବେ ଅର୍ଣ୍ଣବ ଏବଂ ଦୁଇ ଅଭିଯୁକ୍ତଙ୍କ ସମେତ ମାମଲା ବନ୍ଦ କରିଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି। ଏବେ ସମସ୍ତେ ବିଚାରବିଭାଗୀୟ ହେପାଜତରେ ରହିଛନ୍ତି। ମାମଲା ଏବେ ହାଇକୋର୍ଟରେ ରହିଛି। ତେବେ ପୋଲିସ ଏହି ମାମଲା ଖୋଲିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେଇ ନଥିବାରୁ ପୋଲିସକୁ ମୁମ୍ୱାଇର ଏକ ତଳ କୋର୍ଟ ଭର୍ତ୍ସନା କରିଛନ୍ତି।