ଅଙ୍ଗୁର ଖାଇଲେ ମିଳେ ଏହି ସବୁ ଫାଇଦା ଜାଣନ୍ତୁ…

ଖଟା ଓ ମିଠା ମିଶା କିଛି ଫଳ ଯଦି ଖାଇବାକୁ ଭଲ ଲାଗେ ତେବେ ଅଙ୍ଗୁରୁ ଖାଆନ୍ତୁ। ଟିକେ ଖଟା ଓ ଟିକେ ମିଠା ଲାଗୁଥିବା ଏହି ଫଳଟି ପ୍ରାୟ ଅଧିକାଂଶ ଲୋକଙ୍କ ପ୍ରିୟ। ଏଥିରେ ଅନେକ ଭଲ ଗୁଣ ରହିଛି। ଏଥିରେ ଥିବା ପଟାସିୟମ୍‌, ମିନେରାଲ୍‌ ରକ୍ତରେ ଜଳୀୟ ଅଂଶକୁ ନିୟନ୍ତ୍ରଣରେ ର‌ଖେ।

ପଟାସିୟମ ଉଚ୍ଚ ରକ୍ତଚାପକୁ ହ୍ରାସ କରିବା ସହ ହୃଦ୍‌ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ସୁଫଳ ପ୍ରଦାନ କରିଥାଏ। କିଛି ଲୋକଙ୍କ ଶରୀରକୁ ଆବଶ୍ୟକୀୟ ପରିମାଣର ନ୍ୟୁଟ୍ରିଏଣ୍ଟସ୍‌ ମିଳିନଥାଏ, ଅଙ୍ଗୁରୁ ଖାଇବା ଦ୍ବାରା ସେ ସମସ୍ୟା ବି ସମାଧାନ ହୋଇଯାଏ।‌

ଅଙ୍ଗୁରୁ ଯେ କେବଳ ଆପଣଙ୍କୁ ସୁସ୍ଥ ରଖେ ତା ନୁହେଁ, ଏହାକୁ ଖାଇବା ଦ୍ବାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କର୍କଟ ସହ ଲଢ଼ିବାର ସାମର୍ଥ୍ୟ ରଖେ।