ବିଶିଷ୍ଟ ଅଭିନେତ୍ରୀ ସୁଲୋଚନାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅଭିନେତ୍ରୀ ସୁଲୋଚନାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ସର୍ବଦା ଜୀବନ୍ତ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ସୁଲୋଚନାଜୀଙ୍କ ପରଲୋକ ଭାରତୀୟ ସିନେମା ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ତାଙ୍କର ଅବିସ୍ମରଣୀୟ ପ୍ରଦର୍ଶନ ଆମ ସଂସ୍କୃତିକୁ ସମୃଦ୍ଧ କରିଛି ଏବଂ ତାଙ୍କୁ ପିଢ଼ି ପରେ ପିଢ଼ି ଲୋକଙ୍କ ପ୍ରିୟ କରିଛି । ତାଙ୍କ କାର୍ଯ୍ୟ ମାଧ୍ୟମରେ ତାଙ୍କ ସିନେମାଗତ ଲିଗାସୀ ଜୀବିତ ରହିବ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।’