ଆଜି ୧୧ ଟି ରାଜ୍ୟର ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇବ

ନୂଆଦିଲ୍ଲୀ: ୧୧ ଟି ରାଜ୍ୟରେ ୫୮ ଟି ବିଧାନସଭା ଉପ-ନିର୍ବାଚନର ଫଳାଫଳ ପାଇଁ ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ୨୮ଟି, ଉତ୍ତରପ୍ରଦେଶରେ ୭ଟି, ଗୁଜୁରାଟରେ ୮ଟି, ମଣିପୁରରେ ୪ଟି, ହରିୟାଣାରେ ଗୋଟିଏ, ଛତିଶଗଡ଼ରେ ଦୁଇଟି, ଝାଡଖଣ୍ଡରେ ଦୁଇଟି, କର୍ଣ୍ଣାଟକରେ ଦୁଇଟି ଆସନ, ଓଡ଼ିଶାରେ ଦୁଇଟି, ନାଗାଲାଣ୍ଡର ଦୁଇଟି ଆସନ, ତେଲେଙ୍ଗାନାରେ ଗୋଟିଏ ଆସନ ପାଇଁ ଭୋଟ୍ ଗଣନା ଚାଲିଛି।

ମଧ୍ୟପ୍ରଦେଶର ବିଜେପି ୧୯ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୮ ଟି ଆସନରେ ଆଗୁଆ ରହିଛି। ଏଥି ସହିତ ବିଏସପି ୧ ଟି ସିଟରେ ଆଗୁଆ ରହିଛି। ସେହିପରି ଉତ୍ତରପ୍ରଦେଶରେ ୭ଟି ଆସନରୁ ବିଜେପି ଚାରିଟି ଆସନରେ ଅଗ୍ରଣୀ ଥିବାବେଳେ ଏସପି ଏବଂ ବିଏସପି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏଥି ସହିତ, ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି ।

ଗୁଜୁରାଟରେ ୮ ଟି ଆସନରୁ ​​ବିଜେପି ୭ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧ ଟି ଆସନରେ ଆଗୁଆ ରହିଛି। ଛତିଶଗଡ ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ହୋଇଥିବା ବେଳେ ଶାସକ ଦଳ କଂଗ୍ରେସ ଆଗରେ ରହିଛି। ସେହିପରି ଓଡ଼ିଶାର ଦୁଇଟି ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ମଣିପୁରରେ ପାଞ୍ଚଟି ଆସନ ପାଇଁ ଉପ-ନିର୍ବାଚନ ହୋଇଥିବା ବେଳେ ଗୋଟିଏ ଆସନ ଉପରେ କଂଗ୍ରେସ ଆଗରେ ରହିଛି।