ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁଛି । ମାଲକାନଗିରି, ଗଜପତି, କୋରାପୁଟକୁ ଛୁଇଁଲା ମୌସୁମୀ। । ଆଗାମୀ ୨ ଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଜି ପୂର୍ବାହ୍ନରୁ ରାଜଧାନୀରେ ବର୍ଷା ଲାଗି ରହିଛି। ଏହାସହ କଟକରେ ମଧ୍ୟ ବର୍ଷା ହୋଇଛି।