ବଡ଼ବିଲ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ରେ ୨ଜଣ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ୨ଜଣ ସେବାୟତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଆଜି ବଡ଼ବିଲ ପ୍ରେସ କ୍ଲବ ତରଫରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଏହି ସଭା ରେ ଉପସଭାପତି ଚିତ୍ତରଞ୍ଜନ କର, ସମ୍ପାଦକ ମଧୁସୁଦନ ସାହୁ, ଉପଦେଷ୍ଟା ନିର୍ମଳ କୁମାର ପତି, ବରିଷ୍ଠ ସଦସ୍ୟ ଦେବପ୍ରିୟ ରଣା,ସଦସ୍ୟ ଅଶୋକ କୁମାର ମହାନ୍ତ, ଧରଣୀଧର ମହାନ୍ତ, ଡିମ୍ପଲ ସାଣ୍ଡିଲ, ଏବଂ ରାକେଶ ବାଗ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗତକାଲି ଘଟି ଥିବା ପୁରୀ ଘଟଣା କୁ ତୀବ୍ର ନିନ୍ଦା କରାଯିବା ସହ ଆକ୍ରମଣକାରୀ ଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ସମ୍ପାଦକ ମଧୁସୁଦନ ସାହୁ ଦାବି କରିଥିଲେ।
ପ୍ରକାଶ ଥାଉକି ଗତ ୨୦ ଜୁନ ପୁରୀ ରଥଯାତ୍ରା ସମୟରେ ନିଉଜ ୭ ର ୨ ଜଣ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ କିଛି ଵଂଙ୍ଗୀୟ ପର୍ଯ୍ୟଟକ ବିନା ପାସ ରେ ସେବାୟତ ଙ୍କୁ ଟଙ୍କା ଦେଇ ରଥ ଆଉଟଡୋର କାର୍ଡନ ନିକଟରେ ହୋଇଥିବା ଅସ୍ଥାୟୀ ଟେଣ୍ଟ ରେ ବସିଥିବା ଖବର ପାଇଥିଲେ। ଏନେଇ ଉକ୍ତ ସାମ୍ବାଦିକ ଦ୍ୱୟ ଏହା ଉପରେ ଭିଯୁଆଲ ନେଉଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ୨ ଜଣ ସେବାୟତ ମାଧବ ମହାପାତ୍ର ଏବଂ ମାଧବ ପୂଜା ପୂଜାପଣ୍ଡା ତାଙ୍କୁ ଆକ୍ରମଣ କରିଥିଲେ।
ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ସହିତ ଏ ବିଷୟରେ ଖବର ପ୍ରସାରଣ ହେଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏ ନେଇ ପୁରୀ ସାମ୍ବାଦିକ ସଂଘ ପକ୍ଷ ରୁ ଘଟଣା ର ନିନ୍ଦା କରିବା ସହିତ ସିଂହଦ୍ୱାର ଥାନା ରେ ଏତଲା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ଏହି ଘଟଣା ରେ ହସ୍ତକ୍ଷେପ କରନ୍ତୁ ତଥା ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ସଂଘ ଦାବି କରିଛି।