ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ସୋମବାର ରିଲିଜ୍ ହୋଇଯାଇଛି। ତେବେ ଫିଲ୍ମରେ ଅକ୍ଷୟଙ୍କ ଦମଦାର ଟ୍ରାନ୍ସଜେଣ୍ଡର ଲୁକ୍ ବେଶ୍ ଚର୍ଚ୍ଚାରେ ରହିଛି। ବଲିଉଡ ଅଭିନେତା ମିଲିନ୍ଦ ସୋମନ ଏଭଳି କିଛି ପ୍ରୋଜେକ୍ଟ ନେଇ ଆସିପାରନ୍ତି ବୋଲି ନିଜେ ଟ୍ୱିଟ୍ କରି ଇସାରା ଦେଇଛନ୍ତି ।
ମିଲିନ୍ଦ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ମହିଳାଙ୍କ ବେଶଭୂଷାରେ ଦେଖିବାକୁ ମିଳିଛି। ଆଖିରେ କଜଳ, ମୁହଁରେ ଗୋଟିଏ ପାର୍ଶ୍ୱରେ ଅନେକ ସିନ୍ଦୁର ଏବଂ ନାକରେ ଏକ ବଡ଼ ନୋଥ ଲଗେଇଥିବା ଦେଖିବାକୁ ମିଳିଛି। ମିଲିନ୍ଦଙ୍କ ଏଭଳି ଲୁକ୍ ଫ୍ୟାନମାନଙ୍କୁ ଉତ୍ସାହିତ କରିଛି। ତେବେ ସେ ଫଟୋଟି ଶେୟାର ସିନା କରିଛନ୍ତି ହେଲେ କ୍ୟାପସନରେ ନିଜର ଏଭଳି ଲୁକ୍ ବାବଦରେ ବିଶେଷ କିଛି ସୂଚନା ଦେଇନାହାନ୍ତି।
ମିଲିନ୍ଦ ଟ୍ୱିଟରେ ଲେଖିଛନ୍ତି, ମୁମ୍ବାଇ ନିକଟସ୍ଥ କର୍ଜତରେ ଗତ କିଛି ଦିନ ହେଲା ଥିଲି। ଏବେ ଚେନ୍ନାଇ ଫେରୁଛି। ମୁଁ ଜାଣିଛି ଏହା ପବିତ୍ର ଅଟେ। କିନ୍ତୁ ଯେତେବେଳେ ଅଭିନୟ କରିବାର ସୁଯୋଗ ମିଳିଥାଏ। ସେତେବେଳେ ପ୍ରଶ୍ନ ପଚାରିବାକୁ ସମୟ ଓ ସୁଯୋଗ ମିଳିନଥାଏ ବୋଲି ସେ ଲେଖିଛନ୍ତି।