ଆସନ୍ତା ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଏତିକିବେଳୁ ଗୋଟିଚାଳନା ଆରମ୍ଭ କରିଥିଲା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଉଭାନ ଦଳୀୟକର୍ମୀଙ୍କୁ ମର୍ମାହତ କରିଛି। ୟୁପି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ କମିଟି ପକ୍ଷରୁ ଗୋଟିଏ ହେଲେ ବୈଠକ ଅନୁଷ୍ଠିତ ହୋଇନାହିଁ ।
ବେଶ କିଛି ମାସ ଧରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି କଂଗ୍ରେସ ରାଜନୀତିଠାରୁ ଦୂରେଇ ରହୁଥିବାର ଦେଖିବାକୁ ମିଳିଛି । ଅନ୍ତିମ ଥର ପାଇଁ ପ୍ରିୟଙ୍କାଙ୍କୁ ୨୦୨୨ ଜୁନରେ ୟୁପିରେ ଅନୁଷ୍ଠିତ ‘ନବସଂକଳ୍ପ ଶିବିର’ରେ ଦେଖିବାକୁ ମିଳିଥିଲା। ୟୁପି କଂଗ୍ରେସ ସଭାପତି ବ୍ରିଜଲାଲ ଖବ୍ରି କହିଛନ୍ତି, ୟୁପିର ନୂଆ କାର୍ଯ୍ୟକାରିଣୀ କମିଟି ଗଠନ ସଂପର୍କୀତ ନାମ ତାଲିକା ପଠା ଯାଇଥିଲେ ମଧ୍ୟ ଏ ଯାଏ ତାହା କେନ୍ଦ୍ରୀୟ କମିଟିର ଅନୁମୋଦନ ଲାଭ କରିନି । ଏଭଳି ବିଳମ୍ବିତ ପ୍ରକ୍ରିୟାର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡ଼ିବ।