ଓଡ଼ିଶା ଲୋକସେବା ଆୟୋଗ ୭୫ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନିକିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ‘OPSC@75 ସ୍ମାରକୀ’ ଉନ୍ମୋଚନ କରିଥିଲେ। ଡାକ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କଭର ଏହି ଅବସରରେ ମଧ୍ୟ ଉନ୍ମୋଚନ କରାଯାଇଥିଲା। ସମ୍ମିଳନୀକୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ଆୟୋଗ ଏବଂ ଏହାର କର୍ମଚାରୀଙ୍କ ଦ୍ଵାରା ବିଗତ ବର୍ଷମାନଙ୍କର ଖାଲି ଥିବା ପଦବୀଗୁଡିକ ପୂରଣ କରିବା ଦିଗରେ ଓ ନିଯୁକ୍ତି କ୍ଯାଲେଣ୍ଡର ସମୟ ସାରଣୀକୁ ଅନୁପାଳନର ପ୍ରଚେଷ୍ଟାପାଇଁ ପ୍ରଶଂସା କରିଥିଲେ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ତାଙ୍କ ଅଭିଭାଷଣରେ ଆୟୋଗର ନିଯୁକ୍ତି ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ, ନିଯୁକ୍ତି ପ୍ରକ୍ରିୟାର ପରିବର୍ତ୍ତନ ସହିତ ତାଳଦେଇ କ୍ୟାଡର ନିୟମାବଳୀର ପୁନ୍ନଯାଞ୍ଚ କରିବାଉପରେ ଗୁରୁତ୍ଵାରୋପ କରିଥିଲେ । ପବ୍ଲିକ ସର୍ଭିସ କମିଶନ: ଏକବିଂଶ ଶତାବ୍ଦୀରେ ଭବିଷ୍ୟତ ନେତୃତ୍ୱ ଏବଂ ଆହ୍ୱାନର ପ୍ରବେଶ ଦ୍ୱାର ଶୀର୍ଷକ ଉପରେ ଏକ ପ୍ୟାନେଲ ଆଲୋଚନାର ଆୟୋଜନ କରାଯାଇଥିଲା ।

ଓପିଏସସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିବେକାନନ୍ଦ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା WODC ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଓ ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରସାଦ ମିଶ୍ର ପ୍ୟାନେଲିଷ୍ଟ ଭାବେ ଅଂଶଗ୍ରହଣ କରିଥିବା ବେଳେ ଓପିଏସସିର ପୂର୍ବତନ ଅଧ୍ୟକ୍ଷ ବ୍ରିଗେଡିୟର ଡ. ଲକ୍ଷ୍ମୀ ଚରଣ ପଟ୍ଟନାୟକ ପରିଚାଳନା କରିଥିଲେ। ଉଦ୍ ଯାପନ ଅଧିବେଶନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ। ମାନ୍ୟବର ରାଜ୍ୟପାଳ ଆୟୋଗର ଅତ୍ୟାଧୁନିକ ଇ-ଚୟନ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ।

ଏହି ସଫ୍ଟୱେୟାର୍ ରେ ନକଲିକରଣ ଦୂର କରିବାକୁ AI ସକ୍ଷମ ଫଟୋ ଯାଞ୍ଚ ବ୍ୟବସ୍ଥା, ସାର୍ଟିଫିକେଟରୁ ଡିଜିଟାଲ ମାର୍କ ନିର୍ଯ୍ୟାସ, API ଭିତ୍ତିକ ସାର୍ଟିଫିକେଟ୍ ଯାଞ୍ଚ ଏବଂ ତଦନୁଯାୟୀ ଅନୁକୂଳିତ ଆବେଦନ ଫର୍ମର ସୃଷ୍ଟି ଇତ୍ୟାଦି ଅନେକ ଉତ୍କୃଷ୍ଟ ବୈଶିଷ୍ଟ୍ୟ ଅଛି। ନିଜ ଅଭିଭାଷଣରେ ମାନ୍ୟବର ରାଜ୍ୟପାଳ ଆୟୋଗର ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ପ୍ରଶଂସନୀୟ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ସେ ଯୋଗ୍ୟତା ଭିତ୍ତିକ ଚୟନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଗୁରୁତ୍ଵାରୋପ କରିଥିଲେ ।

ଏହ ଅବସରରେ ପ୍ରଶଂସନୀୟ ସେବା କରିଥିବାରୁ ଆୟୋଗର ୧୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓପିଏସସିର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶ୍ରୀଯୁକ୍ତ ସନତ କୁମାର ମହାନ୍ତି, ଡ. ସରିତା ସୁପକାର, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, କମିଶନ ସଦସ୍ୟ ବୃନ୍ଦ ଧନ୍ୟବାଦ ଅର୍ପଣ କରିବା ସହ ଓପିଏସସିର ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ରଙ୍କ ସହ ବିଭିନ୍ନ ଅଧିବେଶନର ସଂଯୋଜନା କରିଥିଲେ।