ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ୪ ରନ୍ରେ ବିଜୟୀ ହୋଇଛି। ଭାରତ ସମ୍ମୁଖରେ ୧୫୦ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୪୫ ରନ୍ରେ ସୀମିତ ରହିଥିଲା। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି।