କୋଭିଡ଼ ଅପଡେଟ୍: ୨୯୪୯ ନୂଆ ଆକ୍ରାନ୍ତ, କଟକରୁ ସର୍ବାଧିକ ୫୮୯

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତକାଲି ପରୀକ୍ଷା ହୋଇଥିବା ନମୂନା ମଧ୍ୟରୁ ରାଜ୍ୟରେ ୨୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ତାଲିକା ଶୀର୍ଷରେ ଖୋର୍ଦ୍ଧା ବଦଳରେ କଟକ ଜିଲ୍ଲା ରହିଛି। ଏଠାରୁ ସର୍ବାଧିକ ୫୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୨୯୪୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ଅନ୍ୟ ସ୍ଥାନରୁ ରହିଛନ୍ତି। କଟକରୁ ସର୍ବାଧିକ ୫୮୯ ସହ ପଛକୁ ଖୋର୍ଦ୍ଧା-୪୭୪, ଯାଜପୁର-୨୧୫, କୋରାପୁଟ-୧୮୧, ଗଞ୍ଜାମ-୧୭୯, ମୟୁରଭଞ୍ଜ-୧୫୬, ରାୟଗଡ଼ା-୧୪୩ ଏବଂ ସମ୍ବଲପୁର-୧୦୪ ଲେଖାଁଏ ଆକ୍ରାନ୍ତ ରହିଛନ୍ତି। ଏଥିସହ ପୁଣି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।

ରାଜ୍ୟରେ ୨୧୨୯ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥଲାଭ କରିଛନ୍ତି। ଏହାକୁ ମିଶାଇ ଏଯାଁଏ ମୋଟ ୫୪,୪୦୫ ଜଣ ରୋଗୀ କରୋନାରୁ ସୁସ୍ଥ ହେଲେ। ୨୬,୬୦୨ ଏବେ ଆକ୍ଟିଭ କେସ ରହିଥିବା ବେଳେ ରୋଗୀ ସଭିଏଁ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।