ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଲେହ ନିକଟରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନା କର୍ମଚାରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ଆହତଙ୍କ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଲେହ ନିକଟରେ ଆମେ ଭାରତୀୟ ସେନାର କର୍ମଚାରୀଙ୍କୁ ହରାଇଥିବାରୁ ମର୍ମାହତ । ଦେଶ ପ୍ରତି ସେମାନଙ୍କ ସେବା ସର୍ବଦା ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା । ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ।