ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ଉପନିର୍ବାଚନରେ ବାଜିମାତ କରିଛି ବିଜେପି। ଏହି ବିଜୟକୁ ନେଇ ବିଜେପି ଯେତିକି ଉତ୍ସାହିତ ହୋଇଛି, ସେତିକି ଉତ୍ସାହିତ ହୋଇଛନ୍ତି ଅଳ୍ପ ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା କଂଗ୍ରେସ ନେତା ଜ୍ୟୋର୍ତିଦିତ୍ୟ ସିନ୍ଧିଆ ଓ ତାଙ୍କର ସମର୍ଥକ ଅଧିକ ଉତ୍ସାହିତ ଅଛନ୍ତି। କାରଣ ଏହି ନିର୍ବାଚନରେ ଜ୍ୟୋର୍ତିଦିତ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇ ମତଦାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ଏଥିରେ ବିଜେପିକୁ ଜିତ ହାସଲ କରାଇଛନ୍ତି। ଆଉ ପ୍ରମାଣ କରିଛନ୍ତି ଯେ ତାଙ୍କର ଦବଦବା ପୂର୍ବଭଳି ରହିବ।

ସିନ୍ଧିଆଙ୍କ ଏହି ସଫଳତା ତାଙ୍କୁ ଆଗାମୀ ଦିନରେ କ୍ୟାବିନେଟରେ ସ୍ଥାନ ଦେବା ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି। ଯଦିଓ ସିନ୍ଧିଆଙ୍କୁ କ୍ୟାବିନେଟରେ ସାମିଲ କରିବାର ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ମଧ୍ୟ ମୋଦି କ୍ୟାବିନେଟରେ ସ୍ଥାନ ପାଇବାର ଚର୍ଚ୍ଚା ହୋଇଥିଲା କିନ୍ତୁ ଏବେ ତାହା ବଢ଼ି ଯାଇଛି କାରଣ ସେ ବର୍ତ୍ତମାନ ଉପନିର୍ବାଚନରେ ଜିତିଯାଇଛନ୍ତି ଓ ମୋଦି କ୍ୟାବିନେଟରେ କେତେଜଣ ମନ୍ତ୍ରୀଙ୍କର ଦେହାନ୍ତ ହୋଇଛି।
ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ମୋଟ ୨୮ ଟି ଆସନରେ ଉପ-ନର୍ବାଚନ ହୋଇଥିଲା ଯେଉଁଥିରେ ୧୯ଟି ଆସନରେ ଜ୍ୟୋର୍ତିଦିତ୍ୟ ବିଜେପିକୁ ଜିତାଇବାରେ ସଫଳ ହୋଇଛନ୍ତି। ସେ ଏହା ଦର୍ଶାଇଛନ୍ତି ଯେ ସେ ଏହା କଂଗ୍ରେସର ଗଡ ନୁହେଁ ତାଙ୍କ ନିଜର ଗଡ।ଆଉ ସେ ନିଜ ପରିଶ୍ରମରେ ଏହାକୁ ଜିତିପାରିଛନ୍ତି ।