ଗଜପତି (ଏସ୍ ନ୍ୟୁଜ): ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ପାଇବା ଆଶାରେ ଅନଶନରେ ବସିଲେ ୯୭ ବର୍ଷୀୟ ବୃଦ୍ଧ। ବୟସର ଅପରାହ୍ନରେ ଗଜପତି ପାରଳାଖେମୁଣ୍ଡି ପ୍ୟାଲେସ ନିକଟରେ ଆମରଣ ଅନଶନରେ ବସିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରାମମୋହନ ପଟନାୟକ।
ତେବେ ରାମମୋହନ ନିଜ ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବା ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।ହେଲେ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆନଯାଇଥିଲା । ଶେଷରେ ଲୋକଙ୍କ ନଜରକୁ ଆସିଲେ କାଳେ କିଛି ସହାୟତା ମିଳିବ ସେହି ଆଶାରେ ଏବେ ରାମମୋହନ ସର୍ବସାଧାରଣ ସ୍ଥାନରେ ଅନଶନରେ ବସିଛନ୍ତି । କିଛ ନଖାଇ ଭୋକରେ ଅନଶନରେ ବସିଥିବା ବେଳେ ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।ଯେତେବେଳେ ଯାଏ ତାଙ୍କ ସମସ୍ୟାର ସମାଧାନ ନ ହୋଇଛି ଓ ତାଙ୍କୁ ନ୍ୟାୟ ନ ମିଳିଛି ସେତେବେଳ ଯାଏ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି ।