ମୁମ୍ବାଇ : ଜି ଟିଭିର ଶୋ ‘ଅପନା ଟାଇମ୍ ଭି ଆଏଗା’ରେ ଅଭିନୟ କରୁଥିବା ଅନୁଷ୍କା ସେନଙ୍କୁ ଶୋରୁ ରିପ୍ଲେସ୍ କରାଯାଉଛି। ଅଭିନେତ୍ରୀଙ୍କୁ ଶୋରୁ ବାହାର କରାଯିବା ପଛରେ ତାଙ୍କ ସେଟରେ ଲଗାତାର ଢଙ୍ଗ ଦେଖାଇବା ଏବଂ ଅନପ୍ରୋଫେସନାଲ୍ ବ୍ୟବହାର ଥିବା କୁହାଯାଉଛି। ରାଣୀ ସିଂହଙ୍କ ମୁଖ୍ୟ ଭୂମିକାରେ ଅନୁଷ୍କା ବାହାରିଯିବା ପରେ ଦିଲ୍ ୟେ ଜିଦ୍ଦି ହେ ଅଭିନେତ୍ରୀ ମେଘା ରାୟ ତାଙ୍କ ସ୍ଥାନ ନେବେ।

ଶୋର ପ୍ରଡ୍ୟୁସର ବେଦ ରାଜ ସାକ୍ଷାତକାରରେ ଅନୁଷ୍କାଙ୍କୁ ଶୋରୁ ବାହାର କରିବାର କାରଣ ବିଷୟରେ କହିଥିଲେ ଯେ ମାତ୍ର ୧୮ଏପିସୋଡ ପରେ ହିଁ ମୁଖ୍ୟ ନାୟିକାକୁ ବଦଳିବା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା। ଅନୁଷ୍କା ଶୋ ଆରମ୍ଭରୁ ହିଁ ଏପରି ନଖରାମି ଦେଖାଉଥିଲେ କିନ୍ତୁ ସେମାନେ ଭାବିଥିଲେ ଯେ ସମୟ ସହ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।
ଆଗକୁ ବେଦ କହିଥିଲେ ଯେ ଅନୁଷ୍କା ଜରୁରୀ ସିନ୍ ବେଳେ ଇସ୍ୟୁ କରୁଥିଲେ ଯେଉଁଥିରେ ସେ ଘରର କାମ କରୁଥିବାର ଦେଖାଯିବାର ଥିଲା। ଏପରି କ୍ଷେତ୍ରରେ ଅନୁଷ୍କା ଲଗାତାର ବଡି ଡବଲର ଡିମାଣ୍ଡ କରୁଥିଲେ। ସେ କିନ୍ତୁ ନିଜ ସୋସିଆଲ୍ ମିଡିଆ ଇମେଜକୁ ନେଇ ବିଚଳିତ ହେଉଥିଲେ ଯାହା ଜରିଆରେ ତାଙ୍କୁ ଫଲୋଇଙ୍ଗ୍ ମିଳୁଥିଲେ। ଗତ ସପ୍ତାହେ ହେବ ଅନୁଷ୍କାଙ୍କୁ ଶୋରୁ ବାହାର କରାଯିବାର ଖବର ଶୁଣିବାକୁ ମିଳୁଥିଲା। ଏହି ଖବରକୁ ପଢ଼ି ଅନୁଷ୍କା ଏତେ ରାଗିଯାଇଥିଲେ ଯେ ସେ ସେଟକୁ ଆସିବା ଛାଡ଼ିବା ଦେଇଥିଲେ।