ନୂଆଦିଲ୍ଲୀ : ଗତ ଦୁଇ ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡର ଦାମ ଖସିବା ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବି ତଳମୁହାଁ ହୋଇଛି। ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ। କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି।