ସୁପର-୪ରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ : ଏସିଆ କପ୍‌-୨୦୨୩ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ । ବର୍ଷା ବାଧକ ସତ୍ତ୍ୱେ ନେପାଳ ବିପକ୍ଷ ମ୍ୟାଚରେ ଭାରତର ବିଜୟ। ୧୦ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ବିଜୟ ସହ ଦ୍ୱିତୀୟ ଦଳ ଭାବେ ସୁପର୍ ଫୋର୍ ରାଉଣ୍ଡକୁ ପ୍ରବେଶ ମଧ୍ୟ କରିଛି। ଫଳ ସ୍ୱରୂପ ଆସନ୍ତା ରବିବାର ଆଉ ଏକ ଇଣ୍ଡିଆ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିବ।