ରସୁଣର ଲାଭଦାୟକ ଗୁଣ ଜାଣନ୍ତୁ…

ଶରୀରରେ ଯେତେବେଳେ ବ୍ୟାଡ କୋଲେଷ୍ଟ୍ରଲ ବଢିଯାଏ ଏହା ଶିରାପ୍ରସିରାରେ ଜମିବାକୁ ଲାଗେ । ହାର୍ଟ ସମସ୍ୟାର ଗୋଟିଏ ବଡ କାରଣ ହେଛି କୋଲେଷ୍ଟ୍ରଲ । ଏହାଦ୍ୱାରା ହାର୍ଟଆଟାକ ବ୍ଲକେଜ ଓ ହାର୍ଟଆଟାକ ସମସ୍ୟା ମଧ୍ୟ ହୋଇଥାଏ ।

ଆମେ ଏଥିପାଇଁ ନିଜ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରି ନିଜକୁ ସୁରକ୍ଷିତ ରଖିପାରିବା । ଆଉ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାକୁ ସବୁଠାରୁ ରାମବାଣ ହେଉଛି ରୋଷେଇ ଘରେ ଥିବା ରସୁଣ, ଏହାକୁ ସିଠିକ୍ ଉପାୟରେ ସେବନ କଲେ ଦିନକୁ କୋଲେଷ୍ଟ୍ରଲ ମାତ୍ରା ତୀବ୍ର ଗତିରେ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।

ରସୁଣରେ ଏଲେସିନ୍ ଓ ମୈଗନୀ ନାମକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ବ୍ୟାଡ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ତା ସହ ଆଣ୍ଟି ଭାଇରାଲ,ଆଣ୍ଟି ଫଙ୍ଗାଲ, ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା କୋଲେଷ୍ଟ୍ରଲ ପାଇଁ ଖୁବ ଉପଯୋଗୀ ।