ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରିର ମହାନାବମୀରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି।
ଦେଶର ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସଂକଳ୍ପ ପୂରଣ ଲାଗି ଆଶୀର୍ବାଦ କରିବାକୁ ସେ ଦେବୀଙ୍କୁ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
“ନବରାତ୍ରୀର ମହାନାବମୀ ହେଉଛି ସିଦ୍ଧି ଏବଂ ମୋକ୍ଷଦାୟିନୀଙ୍କ ଉପାସନାର ଦିନ। ଦେଶର ମୋର ସମସ୍ତ ପରିବରଜନଙ୍କ ସଂକଳ୍ପର ସିଦ୍ଧି ପାଇଁ ଆଶୀର୍ବାଦ ଦେବାକୁ ମୁଁ ଦେବୀଙ୍କୁ ପ୍ରାର୍ଥନା କରୁଛି। ”