ମହିଳାଙ୍କ ପକ୍ଷେ ସାରାଦିନ ଟାଇଟ୍ ବ୍ରା’ ପିନ୍ଧିବା ଗୋଟିଏ ଚାଲେଞ୍ଜ । ସବୁବେଳେ ବନ୍ଧନ ଭଳି ଲାଗେ । ବ୍ରା’ ପିନ୍ଧିବା ମହିଳାଙ୍କ ପକ୍ଷେ ଏକ ଆବଶ୍ୟକତା । ବ୍ରା’ ପିନ୍ଧା ସଂସ୍କୃତି ଗ୍ରୀସରୁ ଆସିଛି । ସମୟ ସହିତ ବ୍ରା’ର ସାଇଜ୍ ଓ ଡିଜାଇନ୍ ବଦଳିବାକୁ ଲାଗିଛି । ପ୍ରଥମେ ପ୍ରଥମେ ବ୍ରା’ ମହିଳାଙ୍କ ସ୍ତନଯୁଗଳକୁ ଚାରିପଟୁ ବାନ୍ଧି ରଖୁଥିଲା । ପରେ ସେଥିରେ ପରିବର୍ତନ ଘଟିଲା ।
ସାଧାରଣତଃ ଦେଖିବାକୁ ମିଳୁଛି, ଜଣେ ଜଣେ ମହିଳା ବା ଯୁବତୀ ଗୋଟିଏ ବ୍ରା’କୁ ଲଗାତର ଦୁଇ ତିନିଦିନ ପିନ୍ଧୁଛନ୍ତି..
ଏମିତି କରିବା ଦ୍ୱାରା ମହିଳାମାନେ ଜାଣିଶୁଣି ଶରୀରକୁ କ୍ଷତିଗ୍ରସ୍ତ କରୁଛନ୍ତି ବୋଲି ବୁଝିବାକୁ ହେବ । ପୋଷାକ ଭିତରେ ବ୍ରା’ ରହିବା କାରଣରୁ ସବୁତକ ଝାଳ ସେଥିରେ ଜମି ରହିଥାଏ । ତାକୁ ନଧୋଇ ପୁଣିଥରେ ବ୍ୟବହାର କରିବା ଫଳରେ ବକ୍ଷୋଜକୁ ଫଙ୍ଗସ୍ ସଂକ୍ରମଣ କରିବାର ଆଶଙ୍କା ରହିଥାଏ ।
ଡାକ୍ତର ଶୁଭଶ୍ରୀ ସାହୁଙ୍କ ମତରେ ବ୍ରା’କୁ ହାତରେ ଧୋଇବା ଉଚିତ । ପାଣି ଓ ସାବୁନ ସାହାଯ୍ୟରେ ତାକୁ ସଫା କରିବା ଦରକାର । ମନେ ରଖନ୍ତୁ, ବ୍ରା’ରେ ସାବୁନ୍ ଅବା ସର୍ଫ ନ ଲାଗିବା ଜରୁରୀ । ଖରାରେ ନୁହେଁ, ଛାଇ ଓ ଖୋଲାସ୍ଥାନରେ ବ୍ରା’କୁ ଶୁଖାଇବା ଉଚିତ ।ସାଧାରଣତଃ ଦେଖିବାକୁ ମିଳେ ଯେ ଯୁବତୀ ବା ମହିଳାମାନେ ପୋଷାକ ଅବା ଶାଢ଼ି ଘୋଡ଼ାଇ ବ୍ରା’ ଶୁଖାଇଥାନ୍ତି । ସେପରି ଶୁଖାଇବା ଆଦୌ ଉଚିତ ନୁହେଁ ।
ବେଶି ସମୟ ଧରି ବ୍ରା’ ପିନ୍ଧିବା ଫଳରେ ପିଠି ଓ କାନ୍ଧରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାରାଦିନ ବ୍ରା’ ପିନ୍ଧିବା କାରଣରୁ ତ୍ୱଚା ଉପରେ ଦାଗ ପଡ଼ିଯାଏ । ବକ୍ଷୋଜରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବକ୍ଷୋଜରେ ରକ୍ତ ସଂଚାଳନ ପ୍ରଭାବିତ ହୋଇଥାଏ । ରାତିରେ ଶୋଇବା ସମୟରେ ବ୍ରା’ ନ ପିନ୍ଧିଲେ ଭଲ ।