୨୦୧୯ରେ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘କସ୍ତୁରୀ’ର ମୁକ୍ତିଲାଭ ଦାୟିତ୍ୱ ମୁଣ୍ଡାଇଛନ୍ତି ନିର୍ମାତା ଅନୁରାଗ କଶ୍ୟପ । ସୋସିଆଲ ମିଡିଆରୁ ଦୂରେଇ ରହିବା, ହୃଦଘାତରେ ପୀଡ଼ିତ, ଲୋକପ୍ରିୟ ତାରକାଙ୍କ ନିକଟରୁ ଦୂରତା ରକ୍ଷା, ମୋଦୀ ସରକାରଙ୍କ ଜଡ଼ିତ ପ୍ରଶ୍ନର ଜବାବରେ କଶ୍ୟପ ତାଙ୍କର ସ୍ୱାଧିନ ମତ ପ୍ରକାଶ କରିଛନ୍ତି।
ଏଠାରେ ଜଣାଇ ଦେଉଛୁ, ‘କସ୍ତୁରୀ’ ଛୋଟଛୋଟ ଖୁସିକୁ ଖୋଜୁଥିବା କୋମଳମତି ମନଟିକୁ ଛୁଇଁ ଯାଉଥିବା କାହାଣୀ । ଚଳଚ୍ଚିତ୍ରଟିକୁ ବିନୋଦ କାମ୍ବଲୀ ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର ୮ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରୁଛି।
ଜଣେ ୧୪ ବର୍ଷର ବାଳକ ମଇଳା ଟାଙ୍କି ସଫା କରୁଛି । ତା’ ଶରୀରରୁ ବାହାରୁଥିବା ଦୁର୍ଗନ୍ଧ କାରଣରୁ ସାଧାରଣ ଲୋକମାନେ ତାକୁ ଘୃଣା କରୁଛନ୍ତି । କାହାଣୀଟି ନୂଆ ମୋଡ ନେଉଛି ଯେତେବେଳେ ସଂପୃକ୍ତ ନାବାଳକ ଶରୀରରୁ କସ୍ତୁରୀ ବାସ୍ନା ଆସୁଛି । ଶିକ୍ଷାଲାଭ ଓ ସ୍ୱାବଲମ୍ବୀ ଦିଗରେ ନାବାଳକର ସଂଘର୍ଷ ଚଳଚ୍ଚିତ୍ରଟିକୁ ରୋଚକ କହିଛି ।
ନିର୍ମାତା ଅନୁରାଗ କଶ୍ୟପ କହନ୍ତି, କସ୍ତୁରୀ ଆମ ସମୟର ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର । ଏଭଳି ଚଳଚ୍ଚିତ୍ରକୁ ବହୁତ କମ୍ ଲୋକ ଭଲ ଭାବରେ ତିଆରି କରିପାରନ୍ତି । ବିନୋଦ ଦୁନିଆକୁ ଭଲ ଭାବରେ ବୁଝି ପାରନ୍ତି । ମନକୁ ଛୁଇଁଯିବା ଭଳି ଚଳଚ୍ଚିତ୍ରଟିଏ ତିଆରି କରିଛନ୍ତି ।