ମହାରାଷ୍ଟ୍ର: କରୋନା ମହାମାରୀ ପାଇଁ ଦୀର୍ଘ ୭ ମାସ ଯାଏଁ ବନ୍ଦ ରହିଥିବା ସିରିଡି ସାଇ ମନ୍ଦିରର ସର୍ବସାଧାରଣଙ୍କ ପାଇଁ ଆଜିଠାରୁ ଖୋଲିଛି । ମହାରାଷ୍ଟ୍ରର ସରକାର ମନ୍ଦିର ଖୋଲିବାକୁ ନେଇ ଅନୁମତି ଦେବା ପରେ ସିରିଡି ସାଇଙ୍କର ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ପହଞ୍ଚି ସେମାନଙ୍କର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମକୁ ମାନିବାକୁ ଭକ୍ତ ମାନଙ୍କୁ କୁହାଯାଇଛି ।

କୋଭିଡ ନିୟମମୁତାବିକ ଭକ୍ତ ମାନେ ମାସ୍କ ବ୍ୟବହାର କରିବା ସହିତ ନିୟମିତ ଭାବରେ ସାନିଟାଇଜେସନ ଓ ସାମାଜିକ ଦୁରତା ବଜାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯେଉଁ ଭକ୍ତ ମାନେ ନିରୋଳା ରେ ସିରିଡି ସାଇ ବାବାଙ୍କୁ ଦର୍ଶନ କରିବା ପାଇଁ ଇଛୁକ ସେମାନେ ଅନଲାଇନ ବୁକିଙ୍ଗ କରି ମଧ୍ୟ ଦର୍ଶନ କରିବାର ଅନୁମତି ଦିଆଯାଇଛି । ଏହାସହ ୮ବର୍ଷ ରୁ ୧୦ବର୍ଷ ବୟସ ର ଶିଶୁ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ ।
ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେତେକ ସତର୍କତା ଅବଲମ୍ବନ ସହ ୧୬ ନଭେମ୍ବରରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ଖୋଲିବାକୁ ଆଦେଶ ଦେଇଛନ୍ତି । ୬୫ ବର୍ଷ ରୁ ଉର୍ଦ୍ଧ୍ବ ୧୦ବର୍ଷ ରୁ କମ ବୟସର ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଘରେ ସୁସ୍ଥ ଓ ସୁରକ୍ଷିତ ରହିବାକୁ ଉପଦେଶ ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ସୂଚନାଯୋଗ୍ୟ ରାଜ୍ୟରେ ସାମାଜିକ ସୁରକ୍ଷାକୁ ପାଳନ କରିବା ପାଇଁ ସମସ୍ତ ଭକ୍ତ ମାନଙ୍କ କୁହଜିଅଛି।
ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ସମସ୍ତ ପ୍ରକାରର ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି କାରଣ କୋଭିଡ -୧୯ ର ସଂକ୍ରମଣର ସଂକ୍ରମଣକୁ କମ କରିବାକୁ ସରକାର ସମସ୍ତ ପଦକ୍ଷେପ ନେବା ସହିତ ରାଜ୍ୟରେ ଲକଡାଉନ ନିୟମକୁ ଜାରି କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ ସରକାରଙ୍କର ଏହି ଭଳି ପଦକ୍ଷେପ ଭକ୍ତ ଓ ଭଗବାନ ଙ୍କୁ ଏକାଠି ହେବାର ସୁଯୋଗ ଆଣିଦେଇଛି ।