୨୦୨୪ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍ସ୍ର ରାଷ୍ଟ୍ରପତି ମାକ୍ରନ୍ଙ୍କୁ ନିମନ୍ତ୍ରଣ!
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବେ ନାହିଁ ବୋଲି କହିବାରୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍ସ୍ର ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରନ୍ଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ନୌସେନା ଲାଗି ୨୬ଟି ରାଫେଲ୍ ମେରାଇନ୍ ଲଢୁଆ ଜେଟ୍ କିଣିବା ଲାଗି ଭାରତର ୫୦,୦୦୦ କୋଟି ଟଙ୍କାର ‘ଟେଣ୍ଡର୍’ର ଉତ୍ତର ମଧ୍ୟ ଚଳିତ ସପ୍ତାହ ପ୍ରାରମ୍ଭରେ ଫ୍ରାନ୍ସ୍ ଦାଖଲ କରିଛି।
୨୦୧୬ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଫରାସୀ ରାଷ୍ଟ୍ରପତି ଫ୍ରାନ୍ସିସ୍ ହଲାଣ୍ଡ୍ ମୁଖ୍ୟ ଅତିଥି ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ୨୦୨୩ରେ ଆୟୋଜିତ ‘ଜି୨୦ ଶିଖର ସମ୍ମଳନୀ’ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ, ସମୟ ଅଭାବ ହେତୁ ସେ ଭାରତ ଗସ୍ତରେ ଆସିପାରିବେ ନାହିଁ ବୋଲି ଅଳ୍ପ ଦିନ ତଳେ ଜଣାଇ ଦେଇଛନ୍ତି।