ରାଜକୋଟ୍: ଦକ୍ଷିଣ ଆଫ୍ରିକାରୁ ଫେରିଲା ପରେ ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜା ଶଗଡ଼ ଚଢ଼ି ରାଜକୋଟ୍ ସହର ବୁଲିଛନ୍ତି । ପିଲାଦିନୁ ଶଗଡ଼ରେ ବସି ଗାଁ ବୁଲିବା ରବିନ୍ଦ୍ରଙ୍କର ଗୋଟିଏ ସଉକ ।
ରବିନ୍ଦ୍ରଙ୍କର ଶଗଡ଼ ଚଢ଼ିବାର ଭିଡିଓକୁ ଇନଷ୍ଟାଗ୍ରାମରେ ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ପିଠିରେ ଯନ୍ତ୍ରଣା କାରଣରୁ ରବିନ୍ଦ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳି ନଥିଲେ । ରବିନ୍ଦ୍ରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନୀ ପ୍ରଥମ ଟେଷ୍ଟ ଖେଳିଥିଲେ ।
ମାତ୍ର ଦ୍ୱିତୀୟ ଟେଷ୍ଟକୁ ହାତଛଡ଼ା କରି ନଥିଲେ ରବିନ୍ଦ୍ର । ପ୍ରଥମ ଶ୍ରେଣୀର କ୍ରିକେଟ୍ ଖେଳିବା ପାଇଁ କେପ ଟାଉନ୍ ପଡ଼ିଆର ଯୋଗ୍ୟତା ନାହିଁ ବୋଲି ଭାରତର ଅଧିନାୟକ ରୋହିତ ଶର୍ମା ଅଭିଯୋଗ କରି ସାରିଛନ୍ତି ।