ଗାଜା: ରବିବାର ସକାଳେ ଗାଜା ଉପରେ ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ଼ କରାଯାଇଛି । ଉକ୍ତ ରକେଟ୍ ମାଡ଼ରେ ଅଲ-ଜଜିରା ସମ୍ବାଦ ସଂସ୍ଥାର ଗାଜା ମୁଖ୍ୟ ଅଲ-ଦାଦୌହଙ୍କ ପୁଅ ହମ୍ଜାଙ୍କ ସମେତ ଦୁଇଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଏଏଫପି ଭିଡିଓ ଘୋଷକ ମୁସ୍ତାଫା ଥୁରିଆ ଜଣେ । ଉଭୟ ସାମ୍ବାଦିକ କାର ଚଳାଇ ଗାଜା ସଡ଼କ ଉପରେ ଯାଉଥିବା ସମୟରେ ଆକାଶ ମାର୍ଗରୁ ରକେଟ୍ ଆସି ମାଡ଼ କରିଥିଲା ।
ହମାସ-ଇସ୍ରାଏଲ ଲଢେ଼ଇରେ ଅଲ-ଜଜିରାର ଗାଜା ମୁଖ୍ୟ ୱାଇଲ ଦାଦୌ ତାଙ୍କର ପତ୍ନୀ, କନ୍ୟା, ଆଉ ଗୋଟିଏ ପୁଅ ଓ ନାତିଙ୍କୁ ହରାଇ ସାରିଛନ୍ତି । ନିଜେ ୱାଇଲ ଇସ୍ରାଏଲ ରକେଟ କବଳରୁ ତ୍ରାହି ପାଇନାହାନ୍ତି । ୨୦୨୩ ଡିସେମ୍ବରରେ ସେ ଓ ତାଙ୍କର ଜଣେ ସାଙ୍ଗ ଗାଜା ସଡ଼କ ଉପରେ ଯାଉଥିଲା ବେଳେ ଇସ୍ରାଏଲ ରକେଟର ଶିକାର ହୋଇଥିଲେ । ରକେଟ୍ ମାଡ଼ରେ ୱାଇଲ ଖଣ୍ଡିଆ ଖାବରା ହୋଇଥିଲା ବେଳେ ତାଙ୍କ ସାଙ୍ଗ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।