ସେବିକାକୁ ମାଡ଼ ମାରିଲେ ବିଧାୟକଙ୍କ ପୁଅ

ଚେନ୍ନାଇ: ଜଣେ ଡିଏମକେ ବିଧାୟକଙ୍କ ପୁଅ ତାଙ୍କର ଘରୋଇ ସେବିକାଙ୍କୁ ପ୍ରବଳ ମାଡ଼ ମାରିବା ସହିତ ଦରମା ନଦେଇ ଘରୁ ବାହାର କରି ଦେଇଛନ୍ତି । ୧୮ ବର୍ଷୀୟା ଘରୋଇ ସେବିକା ଜଣକ ଦଳିତ ଜାତିର ହୋଇଥିବାରୁ ପୁଲିସ ଅଡୁଆରେ ପଡ଼ିଯାଇଛି । ସଂପୃକ୍ତ ଘଟଣାକୁ ପଦାରେ ପକାଇଛି ଗୋଟିଏ ସାମାଜିକ ସଂଗଠନ ।

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଟିରେ ପୀଡ଼ିତା କହିଛନ୍ତି ଯେ ସେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଜଣେ ଏଜେଂଟ ଜରିଆରେ ଝିଅଟି ଡିଏମକେ ବିଧାୟକ ଆଇ କରୁଣାନିଧିଙ୍କ ପୁଅ ଏଂଟୋ ମଥିବନନ ଓ ତାଙ୍କ ପତ୍ନୀ ମର୍ଲିନାଙ୍କ ଘରେ ସେବିକା କାମରେ ନିଯୁକ୍ତ ହୋଇଥିଲେ ।

ଦୀର୍ଘ ସାତ ମାସ ଧରି ସେ ବିଧାୟକଙ୍କ ପୁଅ ଘରେ କାମ କରି ଆସୁଥିଲେ । ବିଧାୟକଙ୍କ ପୁଅ ତାରି ଭିତରେ ତାଙ୍କୁ ଅନେକବାର ମାରପିଟ କରିଛନ୍ତି । ମାତ୍ର ଦୁଇଦିନ ତଳେ ତାଙ୍କ ମାଡ଼ ସହିବାର ସବୁ ସୀମା ଟପି ଯାଇଥିଲା ।