କେସିଆରଙ୍କ ଗଡ଼ରୁ ଧରାପଡ଼ିଲେ କୁବେର

ହାଇଦ୍ରାବାଦ: ତେଲଙ୍ଗାନା କ୍ଷମତାରୁ କେସିଆରଙ୍କ ବିଦାୟ ପରେ ତାଙ୍କ ଅନୁଗତ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । କେସିଆରଙ୍କର ଜଣେ ଅନୁଗତ ଅଧିକାରୀଙ୍କ ବିଭିନ୍ନ ଠିକଣାରୁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ସଂପତି ଠାବ କରାଯାଇଛି । ଏସ୍‌ ବାଲକ୍ରିଷ୍ଣା ନାମକ ଅଧିକାରୀଙ୍କ ଘରୁ ଏତେ ପରିମାଣର ନଗଦ ଟଙ୍କା ମିଳିଛି ଯେ ତାକୁ ଗଣୁ ଗଣୁ କିଛି ଅଧିକାରୀ ଚେତା ହରାଇଥିଲେ ।

କୁହାଯାଉଛି, ହାଇଦ୍ରାବାଦ ମହାନଗର ନିଗମ ବିକାଶ ପ୍ରାଧିକରଣରେ ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ଭାବରେ କାମ କରୁଥିଲା ବେଳେ ସେ ଏତେ ପରିମାଣର ସଂପତି ହାତେଇ ପାରିଥିଲେ ।