ମନ୍ତ୍ରୀ ବିଧାୟକଙ୍କ ଚାଲିଛି କରୋନା ଟେଷ୍ଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବଶେନ। ଏଥିଲାଗି ଆଜିଠାରୁ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ କରୋନା ଟେଷ୍ଟ ହେଉଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କରୋନା ପରୀକ୍ଷା କରାଯାଇଛି । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ।

ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ହେଉଛି । ଏହି ଅଧିବେଶନ ପାଇଁ ବିଧାନସଭା ପରିସରକୁ ଦିନକୁ ଦୁଇଥର ବିଶୋଧନ କରାଯିବ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।