ଆଜି ନୀତୀଶ କୁମାରଙ୍କ କ୍ୟାବିନେଟର ପ୍ରଥମ ବୈଠକ

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ତାଙ୍କ ସହ ବିଜେପିର ୭ଜଣ ମନ୍ତ୍ରୀ, ଜେଡିୟୁରୁ ୫ ଜଣ ଏବଂ ହାମ ପାର୍ଟି ଏବଂ ଭିଭିଆଇପି ପାର୍ଟିର ଜଣେ ମନ୍ତ୍ରୀ ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ବିଜେପି ବିଧାନସଭା ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଗତକାଲି ନୀତୀଶ କୁମାର ଶପଥ ନେଇଥିବା ବେଳେ ଆଜି ନୀତୀଶ କୁମାରଙ୍କ କ୍ୟାବିନେଟର ପ୍ରଥମ ବୈଠକ। ୭ମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ଏହି ପଦର ଦାୟିତ୍ୱ ନେଇଛନ୍ତି। ଏଭଳି ପରିସ୍ଥିତିରେ ନୀତୀଶ ସରକାର ତାଙ୍କ ପ୍ରଥମ କ୍ୟାବିନେଟରେ କଣ ନୂଆ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ଦୀର୍ଘ ଦିନ ଧରି ସୁଶୀଲ ମୋଦି ନୀତୀଶଙ୍କ କ୍ୟାବିନେଟରେ ଥିଲେ। ଏଥର କିନ୍ତୁ କ୍ୟାବିନେଟରେ ବିଜେପିର ଦୁଇ ଉପ ମୁଖ୍ୟମନ୍ତ୍ରୀ ରହିବେ। ସେହିପରି କ୍ୟାବିନେଟ୍ ମିଟିଂ ପରେ ମନ୍ତ୍ରିମାନଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।