ଦେବଗଡ଼: ବାରକୋଟେ ଥାନା ଅନ୍ତର୍ଗତ ବମ୍ପର୍ଦା ଗ୍ରାମ ନିକଟରେ ଦ୍ରୁତଗତିରେ ଯାଉଥିବା କାରଟିଏ ଗୋଟିଏ ବାଇକକୁ ପଛପଟୁ ପିଟିବା ଫଳରେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ ଶୋଚନୀୟ ଭାବେ ପ୍ରାଣ ହରାଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଚାଳକଙ୍କ ନିୟନ୍ତ୍ରଣ ହରାଇ କାରଟି ଦ୍ରୁତଗତିରେ ଯାଇ ବାଇକ ପଛକୁ ପିଟିଥିଲା । ବାଇକ ଆରୋହୀ ଓ ତାଙ୍କ ପତ୍ନୀ ଖଣ୍ଡେବାଟକୁ ଛିଟିକି ହୋଇ ପଡ଼ିଗଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ରାସ୍ତା ଉପରୁ ମୃତଦେହକୁ ହଟାଇଥିଲା ଓ କାର ଚାଳକକୁ ଗିରଫ କରିଥିଲା ।