ଦିଲ୍ଲୀରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ,ଗିରଫ ହେଲେ ୨ ସନ୍ଦିଗ୍ଧ

ନୂଆଦିଲ୍ଲୀ: ବିଫଳ ହୋଇଛି ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଯୋଜନା । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ରାଷ୍ଟ୍ରୀୟ ରାଜଧାନୀରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ଉଦ୍ୟମକୁ ବିଫଳ କରିଛି । ଗିରଫ ହୋଇଛନ୍ତି ଜୈଶ-ଏ-ମହମ୍ମଦର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ । ସେମାନଙ୍କ ନିକଟରୁ ବିସ୍ଫୋରକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ଦିଲ୍ଲୀ ପୁଲିସ ସୂଚନା ମୁତାବିକ, ଦୁଇଜଣ ଆତଙ୍କବାଦୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଏମାନଙ୍କ ଟାର୍ଗେଟରେ ଅନେକ ଭିଆଇପି ଥିଲେ । ଦିଲ୍ଲୀରେ ବଡ ବିସ୍ଫୋରଣ ପାଇଁ ଯୋଜନାରେ ଥିଲେ ଦୁଇ ଆତଙ୍କବାଦୀ । ଜଣେ ଆତଙ୍କବାଦୀ କାଶ୍ମୀରର ପୁଲୱାମାରେ ହୋଇଥିବାବେଳେ ଅନ୍ୟଜଣେ କୁପୱାରରେ ହୋଇଥିବା ସୂଚନା ମିଳିଛି ।